Read amazing essays about the “Sita Rutu” (winter season) written in Odia Language. Select from simple 300-word summaries or go further with in-depth 800-word studies. There are PDFs that can be downloaded!
Sita Rutu Odia Rachana
This is an Odia essay about Sitarutu, or the winter season. Winter is a significant season for both our environment and ourselves in many ways. The coldest part of the year is known as the winter season, which lasts from December to March. Check out this excellent Sitarutu odia essay for children to get help for your exams and essay contests.
Introduction : Winter season essay in odia
ପିଠିରେ କାକରର ବୋଝ ଲଦି ହେମନ୍ତ ଋତୁ ପୃଥିବୀପୃଷ୍ଠରୁ ବିଦାୟନିଏ | ତତ୍ପରେ ମୃଦୁ ଶୀତଳ ସମୀରଣ ସହିତ ଶୀତଋତୁ ପୃଥିବୀ ବକ୍ଷରେ ଅବତରରିତ ହୁଏ | ପୌଷ ଓ ମାଘ ଦୁଇ ମାସକୁ ଶୀତଋତୁ କହନ୍ତି | ଋତୁ ପର୍ଯ୍ୟାୟରେ ଏହାର ସ୍ଥାନ ପଞ୍ଚମ |
ବର୍ଷକ ବାର ମାସ ଓ ଛଅ ଋତୁ | ପୌଷ ଓ ମାଘ ମାସରେ ଶୀତଋତୁ ଦେଖାଯାଏ | ପୌଷ ମାସର ସୁଲୁଶୂଲିଆ ଶୀତଳ ବାଆରେ ଶୀତଋତୁର ଜନ୍ମ | ଏହି ଶୀତ ବଢି ବଢି ମାଘ ମାସରେ ବାଘପରି ଭୟଙ୍କର ହୁଏ | ଶୀତର ପ୍ରଭାବ ମାଘ ମାସର ଶେଷ ସମୟକୁ କମିଯାଏ | ଫାଲ୍ଗୁନ ମାସ ଆରମ୍ଭ ବେଳକୁ ଅଦୃଶ୍ୟ ହୁଇଯାଏ |
Environmental Significance
ପ୍ରଭାତ କାଳରେ ବିଳମ୍ବିତ ହୁଏ ସୂର୍ଯ୍ୟାଦୟ ଧୃମାଛନ୍ନ ହୁଏ ଚତୁର୍ଦିଗ, ବୃକ୍ଷଲତା ଓ ପାହାଡ ପର୍ବତରେ ତୁଷାରର ଏକ ଆସ୍ତରଣ ପଡ଼ିଯାଏ | ସତେଯେମିତି ଶୀତ ରାଣୀ ଏକ ଧବଳ ଉତ୍ତରୀୟ ପରିଧାନ କରିଛି |କୁହୁଡି ଆଚ୍ଛାଦିତ ବାୟୁମଣ୍ଡଳରେ ସୂର୍ଯ୍ୟଙ୍କ ସୁନେଲି କିରଣ ପକୃତି ପ୍ରେମୀଙ୍କ ମନରେ ଉତ୍କଣ୍ଠା କରିଦିଏ | ଉତ୍ତର ଦିଗରୁ କାଲୁଆ ପବନ ବହେ | ଅନେକ ସ୍ଥାନରେ ଅତ୍ୟଧିକ ଶୀତ ଯୋଗୁଁ ତୁଷାରପାତ ହୁଏ |
ଶୀତ କାଳିନ ଗ୍ରାମୀଣ ପରିବେଶ ଅତ୍ୟନ୍ତ ରମଣୀୟ | ସକାଳୁ ସକାଳୁ ଶଯ୍ୟା ପରିତ୍ୟାଗ କରି ଶୀତର ପ୍ରକୋପକୁ ଭୃକ୍ଷେପ ନ କରି
କୃଷକ ଶଷ୍ୟ କ୍ଷେତ୍ର ଅଭିମୁଖେ ଗମନ କରେ | ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ରଙ୍ଗବେରଙ୍ଗର ଶୀତ ବସ୍ତ୍ର ପିନ୍ଧନ୍ତି | ଗରିବ ଲୋକମାନେ ନିଆଁ ଯାଳି ସେକି ହୁଅନ୍ତି | ଶୀତଋତୁରେ ନିଆଁ ପାଣି ପରି ଓ ପାଣି ନିଆଁ ପରି ମନେହୁଏ ,ତେଣୁ କବି ଗାଇଛନ୍ତି :
” ଶୀତରେ ପୌଷ ମାଘ ମାସ
ଦେହରେ ରଖ ଶୀତବାସ |”
Winter season Disadvantage ଶୀତଋତୁର ଅପକାରିତା-
ଶୀତଋତୁରେ ଭୀଷଣ ଶୀତ ହେବାରୁ ଗରିବ ଲୋକମାନେ ବଡ କଷ୍ଟ ପାଆନ୍ତି | କାରଣ ଶୀତଲୁଗା କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନଥାଏ | ଶୀତରେ ଶୀତଳ ପାଣିରେ ଗାଧୋଇବା ବଡ଼ କଷ୍ଟକର | ଏହି ଋତୁରେ ରାତି ବଡ଼ ହୁଏ ଓ ଦିନ ଛୋଟ ହୁଇଯାଏ ; ତେଣୁ ଲୋକମାନେ କାମ କରିବାକୁ ବେଶୀ ସମୟ ପାଆନ୍ତି ନାହିଁ | ସ୍କୁଲ ଛୁଟି ପରେ ପିଲାମାନେ ମଧ୍ୟ ଖେଳିବାକୁ ବେଶୀ ସମୟ ପାଆନ୍ତି ନାହିଁ | ଦିନେ ଦିନେ ସକାଳେ କୁହୁଡି ଉଠିବାରୁ ଲୋକମାନଙ୍କୁ କାମକୁ ଯିବାରେ ବିଳମ୍ବ ହୁଏ | ଶୀତ ଦିନେ ଘନ କୁହୁଡି ହେବାରୁ ଆମ୍ବ ବଉଳ ନଷ୍ଟ ହୁଏ |
Health Status
ସାଧାରଣତଃ ଶୀତଋତୁରେ ସ୍ୱାସ୍ଥ୍ୟ ଭଲରୁହେ ନାହିଁ | ପ୍ରତି ଘରେ କାଶ,ସର୍ଦି, ଥଣ୍ଡା ଜ୍ଵର ହୋଇଥାଏ | ଏହି ସମୟରେ କାଶ, ଜର, ନିମୋନିଆ ଓ ଟାଇଫର ରୋଗ ଲୋକମାନଙ୍କୁ ଆକ୍ରମଣ କରେ | ପରିବେଶରେ ଜଳୀୟବାଷ୍ପ କମ ଥିବାରୁ ଶରୀର ଶୁଷ୍କ ହୋଇ ଫାଟିଯାଏ | ଆଣ୍ଠୁଗଣ୍ଠି ବାତ, ଅଣ୍ଟାଧରା ପଭୂତି ରୋଗ ଅଧିକ ଦେଖାଯାଏ | ଅତ୍ୟଧିକ ଶୀତ ପ୍ରକୋପ ଯୋଗୁ ବୁଢା ବୁଢ଼ୀ ମାନେ ମୃତୁ ବାରଣ କରନ୍ତି |
Winter season Advantage
ଶୀତଋତୁରେ ଆଗମନରେ ଚାଷୀ କୂଳ ଆନନ୍ଦରେ ଭରିଯାଏ | କାରଣ ଏହି ଋତୁରେ ସେ ଫସଲ ଅମଳ କରେ |
ହଳଦୀ ରଙ୍ଗର ପାଚିଲା ଧାନର ଶୋଭା ଦେଖି ସେ ଯାକର ଦୁଃଖ ଭୁଲିଯାଏ |
Aboundance of Food Crop and Vegitables
ଶୀତଋତୁରେ ବିଭିନ୍ନ ପ୍ରକାର ପନିପରିବା ଉତ୍ପନ ହୁଏ ଯଥା -କୋବି, ବିଲାତିବାଇଗଣ, ମୂଳା, ଭେଣ୍ଡି, ଗାଜର, କାକୁଡି, ମଟରଛୁଇଁ
ଇତ୍ୟାଦି | ଏହି ଋତୁରେ ପନିପରିବା ଯେତିକି ଶସ୍ତା ସେତିକି ସୁସ୍ୱାଦୁ ମଧ୍ୟ ହୋଇଥାଏ | ସେଉ, ଅଙ୍ଗୁର, କମଳା, ପିଜୁଳି, ନ୍ୟସ୍ପାତି
କୋଳି ଇତ୍ୟାଦି ବିଭିନ୍ନ ପ୍ରକାର ଫଳ ଏହି ଋତୁରେ ପ୍ରଚୁର ପରିମାଣରେ ମିଳେ | ଶୀତଋତୁରେ ହାଟବଜାରରେ ଫୁଲକୋବି,ବନ୍ଧାକୋବି,ଶାଲଗମ, ବିଲାତିଆଳୁ ଓ ମଟରଛୁଇଁ ଭର୍ତି ହୁଇଯାଏ | ତେଣୁ ଲୋକମାନେ ବହୁତ ଖାଦ୍ୟ ଖୁବ୍ ଅଳ୍ପ ପଇସାରେ କିଣି ଖାଇପାରନ୍ତି
ଏହି ଋତୁରେ ସମସ୍ତ ପ୍ରକାର ରବି ଶସ୍ୟ ଯଥା-ଗହମ, ଯଅ, ମଟର, ମୁଗ, ବିରି, କୋଳଥ ଇତ୍ୟାଦି ଉତ୍ପନ ହୁଏ |ଏଣୁ ଶୀତଋତୁ ଉପାଦେୟ ଖାଦ୍ୟପଦାର୍ଥ ନିମିତ୍ତ ପ୍ରସିଦ୍ଧ | ବାଡ଼ିବଗିଚାରେ ଗେଣ୍ଡୁ, ସୂର୍ଯ୍ୟମୁଖୀ , ସୁଗନ୍ଧରାଜ, ଡାଲିଆ ଇତ୍ୟାଦି ଫୁଲ ଚତୁର୍ଦିଗ ମହାକାଇଦିଏ |
ଶୀତଋତୁ ହେଉଛି ଫସଲ ଅମଳ ସମୟ; ତେଣୁ ଚାଷୀମାନେ ଧାନ ଆଦି ଫସଲ ଅମଳକରି ଆନନ୍ଦିତ ହୁଅନ୍ତି | ନଦୀପଠା ଓ ନଦୀକୂଳରେ ଶୀତଦିନିଆ ରବିଫସଲମାନ ହୁଇଥାଏ | ଏହି ଋତୁରେ ବହୁତ ଫଳ ମଧ୍ୟ ମିଳେ | ସେଗୁଡିକ ମଧ୍ୟରୁ କମଳା,ଅଙ୍ଗୁର ହେଉଛି ପ୍ରଧାନ |
Countryside Occasionals
ବିଭିନ୍ନ ପର୍ବପର୍ବାଣି ଏହି ଋତୁରେ ପାଳନ କରାଯାଏ | ପ୍ରଥମାଷ୍ଟମୀ, ସମ୍ବାଦଶମୀ, ମକରସଂକ୍ରାନ୍ତି,ଧନୁସଂକ୍ରାନ୍ତି, ସରସ୍ବତୀ ପୂଜା ପ୍ରଭୁତି ପର୍ବ ଗୁଡ଼ିକ ପାଳନ କରି ଲୋକମାନେ ଜୀବନକୁ ସରସ, ସୁନ୍ଦର ଓ ମଧୁମେୟ କରନ୍ତି | ପିଠାପଣା, ଖିରିପୁରି ପଭୂତି ଖାଇ ପଲ୍ଲୀବାସୀ ଗ୍ରାମ୍ୟ ପରିବେଶର ଦୁରାବସ୍ଥାକୁ ପାଷୋରିଯାଆନ୍ତି | ମାଣବସା ହିନ୍ଦୁରମଣୀର ଏକ ବିଶିଷ୍ଟ ପର୍ବ | ମାଣବସା ପର୍ବ ଅବସରରେ ମା, ଭଉଣୀ ମାନେ ଘର ଅଗଣା ଝୋଟିରେ ସୁସଜ୍ଜିତ କରି ଲକ୍ଷ୍ମୀ ଠାକୁରାଣୀକୁ ଆରାଧନା କରନ୍ତି |
Beauties and Bounties of Nature ଶୀତଋତୁର ପ୍ରାକୃତିକ ଦୃଶ୍ୟ-
ଶୀତକାଳରେ ପ୍ରଭାତରେ କାକରପଡି ଗଗନ,ପବନ, ଗଛ, ଲତାଓ ଘାସବୁଦା ଗୁଡିକ ଶୀତଳ ସ୍ନାନ କଲାପରି ବୋଧ ହେଉଥାନ୍ତି | ଦୁବଘାସ ଓପରେ ଶିଶିରବିନ୍ଦୁ ପଡ଼ି ମୁକ୍ତା ପରି ଶୋଭାପାଉଥାଏ | ଶିଶିରମନ୍ଦା ଓପରେ ସୂର୍ଯ୍ୟକିରଣ ପଡ଼ି , ସେଥିରେ ସୁନାର ଲହରୀ ଛୁ ଟାଆଇଦିଏ ଏହି ଋତୁରେ ଗେଂଡୁଫୁଲ,କୁସୁମଫୁଲ, କେଳିକୁସୁମ,ତରାଟ,ସୋରିଷ ଓ ଶୀତବର୍ଗ ଓ ସୋମଫୁଲ ଫୁଟି ବଡ ସୁନ୍ଦର ଦେଖାଯାଏ | ମନ୍ଦିର ର ସକାଳ ଆରତୀ ଦେଖିବାକୁ ବୁଢା ବୁଢ଼ୀ ଓ ଝିଅ ବହୁ ମେନେ ଗାଧୁଆସାରି ଏକାଠି ହୁଇଥାନ୍ତି |
ସ୍କୁଲପିଲାମାନେ ନାନା ରଙ୍ଗର ଶୀତବସ୍ତ୍ର ପିନ୍ଧି ବିଭିନ୍ନ ରଙ୍ଗ ପ୍ରକାଶ କରନ୍ତି | ସକାଳେ ବୁଢା ବୁଢ଼ୀ ମାନେ ଗାଁ ଦାଣ୍ଡରେ ଧୁନି ଜାଳି ନିଆଁ ପୁଆଉଥାନ୍ତି | ଏହି ଋତୁରେ ଅଧିକ ପରିମାଣରେ ଶୀତବସ୍ତ୍ର ବିକ୍ରି ହୁଏ | ତେଣୁ ଦୋକାନୀ ମାନେ ଶୀତଋତୁ ଆସିବା ପୂର୍ବରୁ ଶୀତବସ୍ତ୍ର କିଣିଆଣନ୍ତି | ଏହି ଋତୁରେ ପବନ ଅଧିକ ବୋହିଥାଏ | ଏହି ଋତୁରେ ଗାଈ,ବଳଦ ମାନେ କଅଁଳିଆ ଘାସ ଖାଇବାକୁ ପାଆନ୍ତି | ଏହି ରଚନାଟି କେମିତି ଲାଗିଲା ନିଶ୍ଚିତ କହିବେ ଆମକୁ |
ଶୀତଋତୁରେ ଆକାଶରୁ ମେଘ ଦୂର ହୁଇଯାଏ; ତେଣୁ ଏହି ଋତୁରେ ଆକାଶ ନିର୍ମଳ ଓ ରହେ | ଶୀତଋତୁରେ ସୂର୍ଯ୍ୟକିରଣ ବଡ଼ କୋମଳ ଓ ନରମ ହୁଏ | ଏହି ଋତୁରେ କୌଣସି ପ୍ରକାର ସଂକ୍ରାମକ ରୋଗ ଦେଖାଯାଏ ନାହିଁ |
conslusin – ଉପସଂହାର
ଏକ ଗ୍ରୀଷ୍ମପ୍ରଧାନ ଦେଶ ହେଇଥିବାରୁ ଶୀତଋତୁ ଆମ ମନରେ ଉତ୍ସାହ ଭରିଦିଏ | ସୂର୍ଯ୍ୟତାପ କଷ୍ଟ ଦିଏ ନାହିଁ, ତେଣୁ କାମ କରିବାକୁ ମଧ୍ୟ ଭଲଲାଗେ | ଦିନ ସାନ ଓ ରାତି ବଡ଼ ହୋଇଥାଏ | ଶୀତଋତୁ ବଣଭୂଜି ଓ ପରିଭ୍ରମଣର ଋତୁ |
Read More Odia Essay
mahatma gandhi jayanti 150 odia chha mana atha guntha paribesa pradusana odia essay tuma priya khela odia essay samayanubartita odiaessay nari sashaktikaran odia essay Sitarutu Odia essay Ratha Yatra Odia Brukhya Ropana Odia Paribesa Surakhya Essay Summer Season Essay Mother Teresa Odia