Utkalmani Gopabandhu Das Jayanti in Odia : Thank you for reading our Utkalmani Gopabandhu Das Jayanti blog post in Odia language! By reading through this post, you’ve learned about Gopabandu Das life and work. We hope you’ve enjoyed it and that it has provided you with a better understanding of one of the greatest poets and thinkers of our time. If you have any questions or suggestions, please feel free to leave them in the comments section below
Every year we observed Utkalmani Gopabandhu Das Jayanti on 9th October. Utkalmani Gopabandhu was an excellent social reformer and harbinger of a replacement social order. His crusade against untouchability, advocacy of widow remarriage, campaign for literacy, a replacement model of education, stress on both rights and duties, emphasis on women education, particularly vocational education, and in particular a deep commitment and compassion for poor and destitute have immortalized him in Orissa.
Born on 9 October 1877 to Swarnamayee Devi and Shree Daitari Dash in Suando Village, near Puri, Odisha, Gopabandhu was a legend in the Indian culture. He served his people even at the cost of his family. At the age of twelve, he married Apti, but continued his education. After completion of primary education, he joined Puri Zilla School in 1893, where he met his teacher Mukhtiar Ramachandra Dash, who was not only a genius but also a nationalist.
ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ
ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀବୃନ୍ଦ , ଉପସ୍ଥିତ ଅତିଥିଗଣ ଓ ସ୍ନେହର ପ୍ରତିଯୋଗୀଗଣ ଓ ଏଠାରେ ବସିଥିବା ମୋର ଛୋଟବଡ଼ ଭାଇଭଉଣୀ ମାନେ l ଆଜି ପବିତ୍ର ଉତ୍କଳମଣି ଜୟନ୍ତୀରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l
ଯାହାର ନାଁ ଶୁଣିଲେ ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ରକ୍ତରେ ଚମକ ଖେଳୁଛି, କଙ୍କାଳ ହୃଦୟରେ ଆର୍ତ୍ତନାଦ ହେଉଛି, ଖଟିଖିଆ ଭୋକିଲାଙ୍କ ପେଟ ପୂରି ଉଠୁଛି ସିଏ ଥିଲେ ପ୍ରାତଃ ସ୍ମରଣୀୟ ଚିରବନ୍ଦନୀୟ ଗୋପବନ୍ଧୁ ଦାସ l ପୁରୀ ଜିଲ୍ଲାର ସୁଆଣ୍ଡୋ ବୋଲି ବ୍ରାହ୍ମଣ ଶାସନ l ପଟ୍ଟନାଇକିଆ ଛକରୁ ବାଆଁ ପଟକୁ ଗଲେ ପଡ଼ିବ ଗାଁଟି l ସେଇ ଗାଁରେ ପିତା ଦୈତାରି ଦାସ ଓ ମାଆ ସ୍ଵର୍ଣ୍ଣମୟୀଙ୍କ ଔରସରୁ ଭୂମିଷ୍ଠ ଉତ୍କଳମଣି ଯିଏ ଭୋଗ କଣ ଜାଣିନଥିଲେ l ତ୍ୟାଗ ଥିଲା ତାଙ୍କ ଜୀବନର ବ୍ରତ l
ଉତ୍କଳମଣି ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ l ପିଲାଦିନୁ ସେ ମାଆ ଛେଉଣ୍ଡ l ଗୋପବନ୍ଧୁଙ୍କ ଲାଳନପାଳନ ଦାୟିତ୍ଵ ନେଲେ ପିଉସୀ କମଳା ନାନୀ l ବାପା ଗୋପବନ୍ଧୁଙ୍କ ପ୍ରାଥମିକ ଶିକ୍ଷାର ଦାୟିତ୍ଵ ନେଲେ l ଘରେ ଟ୍ୟୁସନ ସାରଙ୍କୁ ନିୟୋଜନ କଲେ l ଗାଁରେ ପ୍ରାଇମେରୀ ସ୍କୁଲ ଖୋଲାଇଲେ l ଗୋପବନ୍ଧୁ ସେଇ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କଲେ l ତା’ ପରେ ରୂପଦେଇପୁର ସ୍କୁଲରେ ନାଁ ଲେଖାଇଲେ l
ପ୍ରତି ମହାପୁରୁଷ ଭାଗ୍ୟରେ ସ୍କୁଲ ଶିକ୍ଷକଙ୍କ ପ୍ରଭୂତ ପ୍ରଭାବ ପଡ଼ିଥାଏ l ଠିକ୍ ସେହିପରି ରୂପଦେଇପୁର ସ୍କୁଲର ପ୍ରଧାନ ଶିକ୍ଷକ ପଣ୍ଡିତ ସଦାଶିବ ମିଶ୍ରଙ୍କ ପ୍ରଭାବ ସୁନ୍ଦର କାମ ଦେଲା l ଗୋପବନ୍ଧୁ ତା ପରେ ଗଲେ ଶ୍ରୀକ୍ଷେତ୍ର ପୁରୀ ଜିଲ୍ଲା ସ୍କୁଲକୁ l ଶ୍ରୀକ୍ଷେତ୍ରର ସାତ୍ତ୍ଵିକ , ପବିତ୍ର ପରିବେଶରେ ଗୋପବନ୍ଧୁଙ୍କ ଛାତ୍ର ଜୀବନ କଟିଲା l ଜିଲ୍ଲାସ୍ତରରେ ପଢିଲାବେଲେ ‘ ଇନ୍ଦ୍ରଧନୁ ‘ ପତ୍ରିକାରେ ଗୋପବନ୍ଧୁ ଲେଖିଲେ ବ୍ୟଙ୍ଗ କବିତାଟିଏ l
ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା, ଉତ୍କଳରେ ନବଜାଗରଣର କର୍ଣ୍ଣଧାର, ଜାତୀୟ ସଂଗଠନ, ମାନବସେବା, ସାହିତ୍ୟ ସାଧନା, ଶିକ୍ଷା ଓ ସାମ୍ବାଦିକତା ସକଳ କ୍ଷେତ୍ରରେ ସେ ଥିଲେ ନବଯୁଗର ଆଦର୍ଶ, ଉତ୍କଳର ସମସ୍ତ ଧ୍ୟାନ ଧାରଣା, ଆଶା ଆକାଂକ୍ଷା, କବିର ସ୍ଵପ୍ନ, ଶିକ୍ଷକର ଆଦର୍ଶ, ତ୍ୟାଗ ଓ ଆତ୍ମୋତ୍ସର୍ଗ ଏକୀଭୂତ ହୋଇ ତାଙ୍କଠାରେ ଏକ ମହାନ ବ୍ୟକ୍ତିତ୍ୱର ଶିଖା ରୂପେ ପ୍ରଜ୍ଜଳିତ ହୋଇ ଉଠିଥିଲା l
ସୁଆଣ୍ଡୋ ଗାଁର ଛୋଟ ପିଲାର କଲମ ମୂନରୁ କବିତା ସୃଷ୍ଟି ହେଲା l ଖୁବ୍ ଚମତ୍କାର ଘଟଣା ଥିଲା l ଛାତ୍ର ଜୀବନରେ ହିଁ ଗୋପବନ୍ଧୁ ସେବା କାର୍ଯ୍ୟ ଆରମ୍ଭ କଲେ l ପୁରୀକୁ ଆସୁଥିବା ପଶ୍ଚିମ ଯାତ୍ରୀ ଏବଂ ପୁରୀ ଆଖପାଖ ଅଞ୍ଚଳରେ ହଇଜା ହେଲେ ଗୋପବନ୍ଧୁ ସାଙ୍ଗମାନଙ୍କୁ ଓ ଛାତ୍ରମାନଙ୍କୁ ନେଇ ସେବା କାର୍ଯ୍ୟ କଲେ l ସେବା ଶବ୍ଦ ଓଲଟାଇଲେ ବାସେ l ପ୍ରକୃତରେ ଛାତ୍ର ଜୀବନରେ ପାଠପଢ଼ା, କବିତା ଲେଖା, ଜନସେବାର ଅପୂର୍ବ ସମ୍ମିଶ୍ରଣ ହେଲା l ଛାତ୍ର ଜୀବନ ସାର୍ଥକ ହେଲା ୧୮୯୯ ରେ ଗୋପବନ୍ଧୁ ମ୍ୟାଟ୍ରିକ ପାସ୍ କଲେ l ସେତେବେଳକୁ ତାଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିଲା l
ବଡଭାଇଙ୍କ ସହାୟତାରେ ରେଭେନ୍ସା କଲେଜରେ ପାଠପଢ଼ା ଚାଲିଲା l କବି ଜୀବନ ପରିପକ୍ଵ ହେଲା l ଲେଖନୀ ଚାଳନା କଲେ l ଲେଖନୀରୁ ଝରିପଡିଲା ଅବକାଶ ଚିନ୍ତା l କଲେଜ ଜୀବନରୁ ଆରମ୍ଭ ହେଲା ଦେଶ କାମ l ୧୯୦୩ ରେ କଟକଠାରେ ଉତ୍କଳ ସମ୍ମିଳନୀରେ ଯୋଗ ଦେଲେ l ବି. ଏ. ପାଠ ଶେଷ ପରେ ଗୋପବନ୍ଧୁ କଲିକତା ଗଲେ l ସେଠାରୁ ଫେରି ବାଲେଶ୍ଵର ଜିଲ୍ଲା ସ୍କୁଲରେ ଶିକ୍ଷକତା କଲେ l
୧୯୦୭ ରେ ଓଡ଼ିଶାରେ ବନ୍ୟା l ଗୋପବନ୍ଧୁ ସ୍ଵେଚ୍ଛା ସେବକ ଭାବେ କାମ କଲେ l ସମ୍ପୂର୍ଣ୍ଣ ସ୍ୱଦେଶୀ ଢାଞ୍ଚାରେ ଶିକ୍ଷାଦାନ ଲାଗି ୧୯୦୯ ରେ ସତ୍ୟବାଦୀଠାରେ ଜନ୍ମ ନେଲା ମଣିଷ ଗଢା କାରଖାନା ବନ ବିଦ୍ୟାଳୟ l ସେତେବେଳକୁ ଗୋପବନ୍ଧୁ ଓଡ଼ିଆ ଜନମାନସରେ ହୃଦୟର ଦେବତା ମଣିଷ ନୁହେଁ ଦେବତା l
ଜାତୀୟ ରାଜନୀତି , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ବନ୍ୟା, ଦୁର୍ଭିକ୍ଷ ପ୍ରପୀଡିତ ଦରିଦ୍ର ନାରାୟଣଙ୍କର ସେବା ଥିଲା ଗୋପବନ୍ଧୁଙ୍କ ଜୀବନର ଶ୍ରେଷ୍ଠ ସାଧନା l ଉତ୍କଳୀୟ ଜନତାର ପ୍ରାଣର ପ୍ରତିନିଧି ଥିଲେ ବୋଲି ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ ଉତ୍କଳମଣି ‘ ସମ୍ବୋଧନ କରି ସମ୍ମାନିତ କରିଥିଲେ l କର୍ମ ଥିଲା ତାଙ୍କ ଜୀବନର ମାନଦଣ୍ଡ l ଓଡ଼ିଶାର ଜଣେ ଯଥାର୍ଥ କର୍ମଜୀବୀ ରୂପେ ସେ ସବୁଦିନ ଅମର ହୋଇ ରହିବେ l
ବିଚ୍ଛିନ୍ନାଞ୍ଚଳ ମିଶ୍ରଣ, ବିହାର ଓଡ଼ିଶା ଲାଟ ସଭାର ସଭ୍ୟ ଗୋପବନ୍ଧୁ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ହେଲେ l ଜେଲ୍ ଭିତରେ ଲେଖା ହେଲା- ବନ୍ଦୀର ଆତ୍ମକଥା, ଧର୍ମପଦ , ଗୋ- ମାହାତ୍ମ୍ୟ, କାରାକାବିତା, ନଚିକେତା ଉପାଖ୍ୟାନ l ସତ୍ୟବାଦୀ ପ୍ରେସରୁ ଛପା ହେଲା ‘ ସମାଜ ‘ l ଓଡ଼ିଶାର ଦୈନିକ ବହୁଳ ପ୍ରସାରିତ ନିରପେକ୍ଷ ସମ୍ବାଦପତ୍ର l କର୍ମମୟ ଜୀବନର ଅବସାନ ହେଲା l ଉତ୍କଳମଣିଙ୍କ ଦେହାନ୍ତ ହେଲା ୧୯୨୮ ମସିହାରେ l ସାରା ଭାରତ କାନ୍ଦି ଉଠିଲା l ଆଜି ସେହି ପ୍ରାତଃ ସ୍ମରଣୀୟ ଚିରବନ୍ଦନୀୟ ତ୍ୟାଗୀ ପୁରୁଷଙ୍କୁ ସ୍ମରଣ କରି ତାଙ୍କ ପାଦପଦ୍ମରେ ନମ୍ର ପ୍ରଣିପାତ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାଲାଗି ସଂକଳ୍ପବଦ୍ଧ ହେଉଛି l
” ଜୟହିନ୍ଦ୍ ” l
Utkalmani Gopabandhu Das Jayanti in Odia Free PDF Download
Free PDF Download | Click Here |
Odia Mock Test Test | Click Here |
Utkalmani Gopabandhu Das Jayanti in Odia, Utkalmani Gopabandhu Das Jayanti in Odia, Utkalmani Gopabandhu Das Jayanti in Odia, Utkalmani Gopabandhu Das Jayanti in Odia,