Utkal Divas Speech in Odia language : Hello, we are Speech in Odia language. Our mission is to promote the use of our language by providing information, resources and support to speakers and learners.
Looking for a quality speech in Odia language? Look no further than our website! Our team of experts offers high-quality speech services that are perfect for any occasion. From corporate presentations to speeches for education, we have you covered. Our experienced and certified speakers will deliver top-notch speeches that will amaze you and your audience. Contact us today and let us help you speak like a pro. check on wiki
Utkal Divas Speech in Odia language
ବକ୍ତୃତା/ ଭାଷଣ
ଉତ୍କଳ ଦିବସ
ବରେଣ୍ୟ ପ୍ରଧାନାଚାର୍ଯ୍ୟ , ପୁଜ୍ୟସ୍ପଦ ଗୁରୁଜୀ ଓ ଗୁରୂମାବୃନ୍ଦ , ବିଜ୍ଞ ବିଚାରକ ମଣ୍ଡଳୀ, ମୋର ପ୍ରତିଯୋଗୀ ତଥା ଉପସ୍ଥିତ ଅନ୍ୟାନ୍ୟ ଭାଇ ଓ ଭଉଣୀମାନେ l ସମସ୍ତଙ୍କୁ ସୁପବିତ୍ର ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l
ଆଜି ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ଦିବସ l ପବିତ୍ର——- ତମ ଉତ୍କଳ ଦିବସରେ ମୁଁ ଆପଣଙ୍କୁ ମୋର ବିନମ୍ର ଅଭିନନ୍ଦନ ଜ୍ଞାପନ କରୁଛି l ଆମ ଓଡ଼ିଶା ୧୯୩୬ ମସିହା ଅପ୍ରେଲ ମାସ ପହିଲାରେ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା l ଓଡ଼ିଶାର ଇତିହାସ ଦିନେ ସମୃଦ୍ଧ ତଥା ଗୌରବମୟ ଥିଲା ତାହା ଏହି ଦିବସ ପାଳନ ଅବସରରେ ଜଣାଯାଇଥାଏ l ଯେଉଁ ଦିବସକୁ ଇଂରେଜମାନେ ବୋକାଙ୍କ ଦିବସ କହି April Fool ହିସାବରେ ପାଳନ କରନ୍ତି ସେହିଦିନ ହିଁ ବୀର ପ୍ରସବୀନି ଉତ୍କଳ ପୁତ୍ରମାନେ ଇଂରେଜମାନଙ୍କୁ ବୋକା ବନାଇ ସ୍ଵତନ୍ତ୍ର ଓଡ଼ିଶା ଗଠନ କରିଥିଲେ l
କହିବାର ଆବଶ୍ୟକତା ନାହିଁ ଉତ୍କଳର ଅତୀତ ଖୁବ୍ ଗୌରବମୟ l ଉତ୍କୃଷ୍ଟ କଳାର ଦେଶ ଭାବେ ଏ ଉତ୍କଳ ଥିଲା ବିଶ୍ଵବିଦିତ l ଏହାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଥିଲା ଅନିର୍ବଚନୀୟ l ଧନରତ୍ନ ଆଦିରେ ଭରପୁର ଥିଲା ଏ ମାଟି l ଶହ ଶହ ବୀର ପୁରୁଷଙ୍କୁ ଜନ୍ମ ଦେଇ ଏ ମାଟି ହୋଇଥିଲା ଧନ୍ୟା l ସମଗ୍ର ବିଶ୍ଵରେ ଏ ମାଟି ଉଡ଼ାଉଥିଲା ଗୌରବ ଆଉ ବିଜୟର ବାନା l
କିନ୍ତୁ ହଠାତ୍ ଦିନେ ଏ ଉତ୍କଳର ଭାଗ୍ୟରେ ଘୋଟି ଆସିଥିଲା ଦୁର୍ଦ୍ଦିନର କଳାବାଦଲ l ଓଡ଼ିଶାର ଶେଷ ସ୍ୱାଧୀନ ରାଜା ତେଲେଙ୍ଗା ମୁକୁନ୍ଦଦେବ , ଗୋହିରାଟିକରି ଯୁଦ୍ଧରେ ପରାସ୍ତ ହେଲେ l ସେହିଦିନ ଓଡ଼ିଶାର ସ୍ଵାଧୀନ ସୂର୍ଯ୍ୟ ଅସ୍ତମିତ ହୋଇଗଲା l ଓଡ଼ିଆମାନେ ଦୀର୍ଘ ୨୯୦ ବର୍ଷ ପରାଧୀନ ବେଡ଼ିରେ ଆବଦ୍ଧ ହେଲେ l ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ଅକଥନୀୟ ଶାସନରେ ଶାସିତ ହେଲା l ୧୮୦୩ ମସିହାରେ ଇଂରେଜ ଓଡ଼ିଶା ଦଖଲ କଲେ l ସେଦିନ କେହି ଜାଣି ନ ଥିଲେ ଗୋଟିଏ ବିଦେଶୀ ବଣିକ ଜାତି, ସାରା ଭାରତରେ କାୟା ବିସ୍ତାର କରି ଭାରତକୁ ଖିନଭିନ ତଥା ତଳିତଳାନ୍ତ କରିପକେଇବ l ଓଡ଼ିଶାର ପତଳା ଲୁଗା ଦେଖି ସେଦିନ ଇଂରେଜ ରାଜା ଚାର୍ଲସଙ୍କ ଆଖି ତଳୁ ଉପରକୁ ଉଠିଯାଇଥିଲା l ଏହାର ଶହେ ବର୍ଷ ପରେ ୧୯୦୩ ମସିହାରେ ପାରଳା ଯୁବରାଜଙ୍କ ଚେଷ୍ଟାରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଚେଷ୍ଟା କରାଗଲା l ୧୯୩୧ ମସିହାରେ ଲଣ୍ଡନର ଗୋଲଟେବୁଲ ବୈଠକରେ ପାରଳା ମହାରାଜ ଓଡ଼ିଶାର ସ୍ୱତନ୍ତ୍ରତା ଲାଗି ଯୁକ୍ତି ବାଢ଼ିଥିଲେ l ଏହା ଦେଖି ଇଂରେଜ ପ୍ରଶାସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଆଜି ସେହି ପ୍ରାତଃ ସ୍ମରଣୀୟ ପାରଳା ମହାରାଜାଙ୍କୁ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l
ପାରଳା ମହାରାଜାଙ୍କ ସହିତ ଉତ୍କଳ ମାଟିର ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, କର୍ମବୀର ଗୌରୀଶଙ୍କର, ପଣ୍ଡିତ ଗୋଦାବରୀଶ ମିଶ୍ର, ହରେକୃଷ୍ଣ ମହତାବ, ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରଭୃତି ବରପୁତ୍ରମାନଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ପହିଲାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା l ଉତ୍କଳ ଏକତ୍ରିକରଣ ପାଇଁ ଯେଉଁ ଯୁଗଜନ୍ମା ମନିଷୀଗଣ ଆପ୍ରାଣ ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଅଗ୍ରଗଣ୍ୟ l ତାଙ୍କର ବଳିଷ୍ଠ ନେତୃତ୍ଵରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା l
ଜନତାକୁ ଜାତୀୟ ଭାବରେ ଉଦବୁଦ୍ଧ କରିବାପାଇଁ ସେ ଆହ୍ବାନ ଦେଇଥିଲେ l
ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧାରେ l
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡ଼ି ସିନ୍ଧୁ ନୀରେ l
ଇଂରେଜମାନଙ୍କ ମନମୁଖୀ ଶାସନ ଓ ଅତ୍ୟାଚାର ଯୋଗୁଁ ଓଡିଶା ତାର ନିଜସ୍ଵ ସ୍ୱାତନ୍ତ୍ର୍ୟତା ହରାଇଥିଲା l ଏହା ଫଳରେ ପଡୋଶୀ ରାଜ୍ୟ ବିହାର ଓ ବଙ୍ଗଳାର ଚକ୍ରାନ୍ତ ଫଳରେ ଓଡ଼ିଶା ସେମାନଙ୍କ ସହ ମିଶିକରି ଥିଲା l ପରିଶେଷରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା l ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହେଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ l ସ୍ୱାଧୀନତା ପରେ ୧୯୪୮ ମସିହାରେ ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ଫଳରେ ଓଡ଼ିଶା ଏକ ବିଶାଳ ରାଜ୍ୟରେ ପରିଣତ ହେଲା l
କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି, ଆଜି ଅନ୍ୟ ରାଜ୍ୟ ଅପେକ୍ଷା ଆମେ ବହୁ ପଛରେ ପଡ଼ିରହିଛୁ l ଆମ ବହୁ ପଛରେ ଆନ୍ଧ୍ରପ୍ରଦେଶ ଗଠିତ ହେଲା କିନ୍ତୁ ସେ ପ୍ରଦେଶ ଆମଠାରୁ ବହୁ ଆଗୁଆ l ସବୁ ଥାଇ ଆଜି ଆମେ ଗରିବ, ଭୋକିଲା ଓ ପଛୁଆ ରାଜ୍ୟ l କିଏ କହିବ ଏଇ ଜାତି, ଦିନେ ବାଣିଜ୍ୟରେ, କାରୁକାର୍ଯ୍ୟରେ, ଚାରୁକଳାରେ , ନୃତ୍ୟ ସଙ୍ଗୀତରେ ସାରା ଦେଶରେ ନାଁ କମେଇଥିଲା, ଆଗୁଆ ହୋଇଥିଲା l ସେହି ଆଗୁଆ ଓଡ଼ିଶା ଆଜି ପଛେଇ ପଛେଇ ଚାଲିଛି l ଏଥିପାଇଁ ସମସ୍ତଙ୍କ ପ୍ରଚେଷ୍ଟା ନିହାତି ଆବଶ୍ୟକ l
ତେଣୁ ବନ୍ଧୁଗଣ! ଆଜିର ଦିନରେ ତାଙ୍କର ତ୍ୟାଗକୁ ଶ୍ରଦ୍ଧା ବା ସମ୍ମାନ ଦେଖାଇ ଆମେ ଆମ କର୍ତ୍ତବ୍ୟ ସାରିଦେଲେ ଚଳିବ ନାହିଁ l ବର୍ତ୍ତମାନ ସମାଜରେ ଆମେ ସମସ୍ତେ ମନ ମିଳାଇ, ଆଞ୍ଚଳିକ ମନୋଭାବ ପରିହାର କରି ଜାତି, ଧର୍ମ, ବର୍ଣ୍ଣ ବୈଷମ୍ୟ ଭୁଲି ଆମ ଦେଶର ଭାଷା, ସଂସ୍କୃତି, ଏତିହ୍ୟ ଓ ତାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେବା l କାରଣ ଏକତାର ବଳ ହିଁ ସର୍ବଶ୍ରେଷ୍ଠ ବଳ l
Download PDF | Click Here |
MCQ Test | Click Here |
Utkal Divas Speech in Odia language, Utkal Divas Speech in Odia language, Utkal Divas Speech in Odia language, Utkal Divas Speech in Odia language,