Get help writing an essay on plantation Odia essay with this comprehensive guide. Learn more about the history and effects of plantation, as well as useful tips to create a compelling 300-word essay. Let our experts provide you with the resources and knowledge needed to craft an
ବୃକ୍ଷରୋପଣ
ଉପକ୍ରମ : Introduction
ମାନବ ଜୀବନରେ ବୃକ୍ଷର ଭୂମିକା ଅତ୍ୟଂତ ଗୁରୁତୃପୂର୍ଣ୍ଣ । ବୃକ୍ଷ ହିଁ ଜୀବନ ବୃକ୍ଷ ବିନା ଏ ସୃଷ୍ଟି ତିଷ୍ଠି ରହିବା ଏକାନ୍ତ ଅସମ୍ଭବ । ଆଦିମ ସଭ୍ୟତାରୁ ଆରମ୍ଭ କରି ଆଜିଯାଏ ବୃକ୍ଷ ହିଁ ମନୁଷ୍ୟର ପରମ ହିତୈଷୀ ବନ୍ଧୁ ଭାବରେ ଆପଣାର ଭୂମିକା ତୁଲାଇ ଆସିଛି । ବୈଦିକ ସଂସ୍କୃତିରେ ବୃକ୍ଷକୁ ପ୍ରମୁଖ ସ୍ଥାନ ପ୍ରଦାନ କରାଯାଇଥିଲା । ବୃକ୍ଷର ଅଭାବ ହେତୁ ଆଜି ସମଗ୍ର ବିଶ୍ୱର ପରିବେଶ ବିଷମୟ ହୋଇଉଠିଛି । ଯାନ୍ଦରିକ ସଭ୍ୟତାର ଉତ୍ପନ ହିଁ ବୃକ୍ଷଲୋପର ପ୍ରଧାନ ଭୂମିକା ସାଜିଛି । ତେଣୁ ପ୍ରତ୍ୟେକ ମନୁଷ୍ୟ ବୃକ୍ଷରୋପଣ ନିମିତ୍ତ ସଚେତନ ହେବା ସହିତ ଏଥୁପାଇଁ ଯତ୍ନଶୀଳ ହେବା ଉଚିତ |
ଆବଶ୍ୟକତା : Necessity
ଆଜି ବୃକ୍ଷରୋପଣର ଆବଶ୍ୟକତା ପ୍ରତ୍ୟେକ ବ୍ୟକ୍ତି ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଜନସଂଖ୍ୟାର ଅହେତୁକ ବୃଦ୍ଧି ବୃକ୍ଷ ମାରଣର ମୁଖ୍ୟ କାରଣ ସାଜିଛି । ବାସଗୃହ, ଚାଷଜମି, ଜାଳେଣି, ଗୃହୋପକରଣ ସାମଗ୍ରୀ ପ୍ରସ୍ତୁତ ନିମିତ୍ତ ଲକ୍ଷାଧୁକ ବୃକ୍ଷ ଅବେଳରେ ଭୂଲୁଣ୍ଡିତ ହେଉଛନ୍ତି । ରାଜପଥ ପ୍ରଶସ୍ତିକରଣ, ଭୂତଳ ରେଳପଥ ନିର୍ମାଣ, ସହରୀ ସଭ୍ୟତାର ଚାକଚକ୍ୟ ହିଁ ବୃକ୍ଷଜଗତକୁ ଧ୍ବଂସାଭିମୁଖୀ କରିଛି । ଏହା ଫଳରେ ମରୁଭୂମିର କାୟାବିସ୍ତରାର, ମୃଭିକାକ୍ଷୟ, ଜମିର ଉର୍ବରତା ହାସ, ଜଳବାୟୁର ଅନିୟମିତତା, ସର୍ବୋପରି ପରିବେଶ ପ୍ରଦୂଷଣ ବୃଵି ପାଇ ଚାଲିଛି । ଏସବୁ ସମସ୍ୟାର ଆଶୁ ସମାଧାନ ନିମିତ୍ତ ବୃକ୍ଷରୋପଣ ଆମ ସାମାଜିକ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ବୃକ୍ଷ ଯେ ଆମର ପରମହିତୈଷୀ ବନ୍ଧୁ, ଏହା ସମସ୍ତେ ଅନୁଭବ ଉଚିତ । ବୃକ୍ଷ ସଂପଦ ମାନବ ଜାତିର ଏକ ଅଭୟ କବଚ ଏହା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିବା ସହିତ ଏଣୁ ନିମିତ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
ଜନସଚେତନତା : Public awareness
ବୃକ୍ଷରୋପଣ ନିମିତ୍ତ ଜନସଚେତନତା ବୃଦ୍ଧି ପାଇବା ଆବଶ୍ୟକ । ଅରଣ୍ୟ ରହିଲେ ଠିକ୍ ସମୟରେ ବର୍ଷା ହେବ, ବାତ୍ୟାର ଗତି ଯଥାରୀତି ନିୟନ୍ତ୍ରିତ ହେବ; ଏହା ସମସ୍ତେ ଜାଣିବା ଦରକାର । ପ୍ରତି ବର୍ଷ ସରକାରୀ ସ୍ତରରେ ଜନସଚେତନତା ବୃଧିନିମିତ୍ତ ବନମହୋତ୍ସବ ପରି କାର୍ଯ୍ୟକ୍ରମ କରାଯାଉଛି । ସଭାସମିତି ମାଧ୍ୟମରେ ବୃକ୍ଷରୋପଣର ଆବଶ୍ୟକତା ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି । ବୃକ୍ଷରୋପଣ ନିମିତ୍ତ ମାଗଣାରେ ଚାରା ପ୍ରଦାନ କରାଯାଉଛି । ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ପାଇଁ ନାନାବିଧ ପଦକ୍ଷେପ ନିଆଯାଉଛି । ପରିତ୍ୟକ୍ତ ତଥା ଖାଲିସ୍ଥାନ ବୃକ୍ଷରୋପଣ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଅବାଧ ବୃକ୍ଷଛେଦନକୁ ଦଣ୍ତନୀୟ ଅପରାଧ ରୁପେ ଗଣନା କରାଯାଇ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରାଯାଉଛି । ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ନିମିତ୍ତ ବୃକ୍ଷରୋପଣ ସଂପର୍କରେ ନାନାବିଧ ପ୍ରତିଯୋଗିତା କରାଯାଉଛି | ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଭାବୀ ନାଗରିକ | ସେମାନେ ସଚେତନ ହେଲେ ବୃକ୍ଷରୋପଣ କାର୍ଯ୍ୟଟି ସଫଳ ହେବ |
ଉପସଂହାର : Summary
ବୃକ୍ଷରୋପଣକୁ ପ୍ରତ୍ୟେକ ସମୟରେ ପ୍ରାଧାନ୍ୟ ଦିଆଯାଇଛି । କାରଣ ବୃକ୍ଷ ରହିଲେ ହିଁ ସଭ୍ୟତା ରହିବ । ଖାଲି ସରକାରୀ ଆଇନ କରି ବସିଗଲେ ଚଳିବ ନାହିଁ । ଅନ୍ୟପକ୍ଷରେ ଜନଜାଗରଣ ଦ୍ବାରା ଏହି ମହନୀୟ କାର୍ଯ୍ୟ ସଫଳ ହେବ । ;ଛୁଆଟିଏକୁ ଗଛଟିଏ’ ଏହି ନୀତିକୁ ଜୀବନର ମନୁ ରୁପେ ଗ୍ରହଣ କରି ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ ନିମିତ୍ତ ଆଗେଇ ଆସିବା ଉଚିତ । କାରଣ ବିଶ୍ଵର ସୁରକ୍ଷା ଆଜି ବୃକ୍ଷର ସ୍ଥାୟୀତ୍ୱ ଉପରେ ନିର୍ଭର କରେ | ଅତଏବ ବୃକ୍ଷରୋପଣ ଏକ ଜାତୀୟ କର୍ତବ୍ୟ: ଏହି ମନୋଭାବ ପୋଷଣ କରି ପ୍ରତ୍ୟେକ ବ୍ୟକ୍ତି ତା’ର ଗୃହ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରିବା ଉଚିତ । ଏହାଦ୍ୱାରା ଏହି କାର୍ଯ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ।
Plantation Odia Essay Download Link
Plantation Odia Essay PDF | Click Here |
Poets Are Unacknowledged Legislators of The World in Odia | Click Here |
Plantation Odia Essay