Odia Grammar Rudhi: free online grammar checker and proofreader makes sure everything you type is easy to read, effective, and mistake-free.
କ୍ରିୟାହୀନ ରୂଢ଼ି : –
୧. ଅନ୍ଧର ଲଉଡ଼ି – (ଅସହାୟର ସହାୟ)
ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ |
୨. ଅନ୍ଧବୁଝାମଣା – ( ଅନ୍ୟାୟ ବିଚାର )
ଏ ତ ଅନ୍ଧବୁଝାମଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା, କେଉଁବାଟେ ଯିବ ଜାତି |
୩. ଅରଣ୍ୟରୋଦନ – ( ନିଷ୍ଫଳ ପ୍ରାର୍ଥନା / ବୃଥା ପ୍ରାର୍ଥନା)
ରାବଣ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟରୋଦନରେ ପରିଣତ ହୋଇଥିଲା |
୪. ଅହିନକୁଳ ସମ୍ପର୍କ – ( ଘୋର ଶତୃତା)
ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟିହେବା ଆଦୌ ଉଚିତ ନୁହେଁ l
୫. ଅଲଣା କଥା – ( ମୂଲ୍ୟହୀନ କଥା)
ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ।
୬. ଅକଲ ଗୁଡ଼ୁମ – ( ବୁଦ୍ଧି ବଣାହେବା)
ଓକିଲବାବୁ ମିଛ କହୁଥିବା ସାକ୍ଷୀକୁ ପ୍ରଶ୍ନ ପଚାରି ତା’ର ଅକଲ ଗୁଡୁମ କରିଦେଲେ |
୭. ଅଳ୍ପ ବିଦ୍ୟା ଭୟଙ୍କରୀ – ( ଅଳ୍ପ ଜ୍ଞାନଯୋଗୁଁ ଅପଦସ୍ଥ ହେବା)
ଆଶୁତୋଷ ସବୁଠି ନିଜର ଆମ୍ମବଡ଼ିମା ଦେଖାଇ ଶେଷରେ ଅପଦସ୍ଥ ହେଉଛି | କଥାରେ ପରା ଅଛି, ଅଳ୍ପବିଦ୍ୟା ଭୟଙ୍କରୀ |
୮. ଆକାଶ କୁସୁମ – ( ବୃଥା ସ୍ବପ୍ନ)
ବର୍ତ୍ତମାନ ପରିସ୍ଥିତିରେ ରାମରାଜ୍ୟ ଗଢ଼ିବାର ଅସ୍ପର୍ଦ୍ଧା ପୋଷଣ କେବଳ ଆକାଶ କୁସୁମ ମାତ୍ର |
୯. ଆପଣା ସୁନା ଭେଣ୍ଡି – (ନିଜ ଲୋକ ଅଯୋଗ୍ୟ)
ଆପଣା ସୁନା ତ ଭେଣ୍ଡି, ପର ସହିତ କଳି କରି ଲାଭ କ’ଣ ?
୧୦. ଉପରିମାଲ – ( ନିର୍ଦ୍ଦିଷ୍ଟ ଆୟରୁ ଅଧିକ / ମାଗଣା ମିଳିବା)
ଉପରିମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ |
୧୧. ଉପରଠାଉରିଆ – ( ଗଭୀରତାର ଅଭାବ, ସାରବତ୍ତାର ଅଭାବ)
ସବୁବେଳେ ଏମିତି ଉପରଠାଉରିଆ କଥା କହ ନାହିଁ, କିଛି ଘଟଣା ଠିକ୍ ଭାବରେ ନ ବୁଝି ଉପରଠାଉରିଆ ମନ୍ତବ୍ୟ ଦେବା ଉଚିତ ନୁହେଁ |
୧୨. ଏ ଘର ମାଉସୀ ସେ ଘର ପିଉସୀ – ( ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେଇ ହୁଏ)
ଚମ୍ପାନାନୀ କଥାକୁ ମୋଟେ ବିଶ୍ଵାସ କରନାହିଁ, ସେ ପରା ଏ ଘର ମାଉସୀ ସେ ଘର ପିଉସୀ |
୧୩. ଏକଘରକିଆ – ( ସାମାଜିକ ବାସନ୍ଦ)
ଜଣକୁ ଏକଘରକିଆ କରି ରଖିବା ମାନବିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ।
୧୪. ଓଳିଆରୁ ଗଜା – (ଜନ୍ମରୁ ଚତୁର ବା ସିଆଣିଆ)
ସେ ତ ଓଳିଆରୁ ଗଜା, ତାକୁ ଶିଖାଇବା କଣ ?
୧୫. କରଛଡ଼ା – ( ଦାୟିତ୍ଵ ନ ନେବା)
ସମୂହ କାର୍ଯ୍ୟରେ କରଛଡ଼ା ଦେବା ଠିକ୍ ନୁହେଁ
୧୬. କାଠିକର ପାଠ – ( କଷ୍ଟସାଧ୍ୟ)
ବଜାର ଦର ଯେମିତି ହେଲାଣି ଅଳ୍ପ ରୋଜଗାରରେ ଚଳିବା କାଠିକର ପାଠ |
୧୭. କୁହା ମୁଣ୍ଡା କପିଳା – ( ବହୁ ଅବାନ୍ତର କଥା କହିବା )
ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ ହେଉଛନ୍ତି କୁହାମୁଣ୍ଡା କପିଳା ।
୧୮. କପାଳ ଲିଖନ – (ଭାଗ୍ୟଫଳ)
କପାଳ ଲିଖନକୁ କିଏ ବା ବଦଳେଇ ଦେଇପାରିବ ?
୧୯. କୁମ୍ଭୀର କାନ୍ଦଣା – (ଛଳନା / ଉପର ଠାଉରିଆ ସହାନୁଭୂତି)
ତୁମର କୁମ୍ଭୀର କାନ୍ଦଣା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
୨୦. କୂପ ମଣ୍ଡୂକ – (ସଂକୁଚିତ ପରିବେଶରେ ବଢ଼ିଥିବା)
ବିଜୟ ତ ଗୋଟେ କୂପମଣ୍ଡୁକ | ତାକୁ ଦେଶ ବିଦେଶ ଖବର ପଚାର ନାହିଁ |
୨୧. ଖତଗଦାରେ ପଦ୍ମ – ( ପ୍ରତିକୂଳ ପରିସ୍ମିତିରେ ପ୍ରତିଭା ସ୍ଫୁରଣ)
ରେଢ଼ାଖୋଲର କନ୍ଧ ପରିବାରରେ ଜନ୍ମହୋଇଥିଲେ ବି କବି ଭୀମ ହୋଇଥିଲେ ଖତଗଦାରେ ପଦ୍ମ ସଦୃଶ |
୨୨. ଗୋଟଏ ଚାଉଳରେ ଗଢ଼ା – ( ଅତି ସୁନ୍ଦର)
ପିଲାଟିର ରୂପ ବାହୁନିବାକୁ କିଛି ନାହିଁ। ସେ ପରା ଗୋଟିଏ ଚାଉଳରେ ଗଢ଼ା ।
୨୩. ଗୋଠଖଣ୍ଡିଆ – (ଅସାମାଜିକ ବ୍ୟକ୍ତି / ଗୋଷ୍ଠୀରୁ ଅଲଗା)
ଗୋଠଖଣ୍ଡିଆ ଲୋକ ଅନେକ ଅସୁବିଧାରେ ପଡ଼େ |
୨୪. ଗୋବରଗଣେଶେ – ( ନିର୍ବୋଧ / ମୂର୍ଖ)
ଏବେ ବି ସମାଜରେ ସାଧାରଣ ହିସାବ କିତାବ ଜାଣି ନ ଥିବା ଅନେକ ଗୋବରଗଣେଶ ଅଛନ୍ତି |
୨୫. ଘର ଢିଙ୍କି କୁମ୍ଭୀର – (ନିଜ ଲୋକ ଶତ୍ରୁ)
ତାଙ୍କ ଭାଇ ତାଙ୍କ ପତନର କାରଣ, ଘର ଢିଙ୍କି କୁମ୍ଭୀର ହେଲେ ସେ କାହାକୁ ଦୋଷ ଦେବେ ?
୨୬. ଘରବୁଡ଼ି ପାଣି ଆଣ୍ଠୁଏ – ( ଅବସ୍ଥା ଅସମ୍ଭାଳ ହେବା / ବିପଦ ଉପରେ ବିପଦ)
ଦେଶର କରଜ ଏତେ ହେଲାଣି ଯେ ଘରବୁଡ଼ି ପାଣି ଆଣ୍ଠୁଏ, ତଥାପି ନେତାମାନଙ୍କର ରାଜକୀୟ ଅୟସ କମୁନି।
୨୭. ଘୋଷାବଳଦ – (କିଛି ନ ବୁଝି ମୁଖସ୍ଥ କରିବା)
ଘୋଷାବଳଦ ହୋଇ ଲାଭ କଣ ? ପାଠ ଟିକେ ବୁଝିବାକୁ ଚେଷ୍ଟା କର ।
୨୮. ଛୁଞ୍ଚୁମାଛି ପରୀକ୍ଷା / ପରଖ – ( ତନ୍ନ ତନ୍ନ କରି ଦେଖିବା)
ସବୁ କଥାରେ ଏମିତ ଛୁଞ୍ଚିମାଛି ପରୀକ୍ଷା କଲେ ଚଳିବନି ।
୨୯. ଛକାପନ୍ଝା – ( ଉଭୟ ପକ୍ଷର ସତର୍କ ଭାବ)
ଜଙ୍ଗଲ ମଧ୍ୟରେ ଗତକାଲି ପୋଲିସ୍ ଓ ଚୋରଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା |
୩୦. ଜପାମାଳି – ( ଅତିପ୍ରିୟ)
ନାତିଟି ଅଜାଆଇଙ୍କ ଜପାମାଳି ହୋଇଛି ।
୩୧. ଜୀବନ ମୂର୍ଚ୍ଛା – ( ଆପ୍ରାଣ ଉଦ୍ୟମ)
ଭାରତୀୟ ହକିଦଳ ଆନ୍ତର୍ଜାତୀୟସ୍ତରରେ ଦେଶର ଗୌରବ ରକ୍ଷା ପାଇଁ ଜୀବନ ମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ।
୩୨. ଜୋକ ମୁହଁରେ ଲୁଣ – ( ଗର୍ବ ଭାଙ୍ଗିବା / ଅହଂକାର ଭାଙ୍ଗିବା)
ଜଗା ଗାଁ ଲୋକଙ୍କୁ ଡରାଉଥୁଲା ହେଲେ ପୋଲିସ ଆସିଯିବାରୁ ଜୋକ ମୁହଁରେ ଲୁଣ ପରି ଚୁପ୍ ରହିଲା |
୩୩. ଝାଳବୁହା ଧନ – ( କଷ୍ଟ ଅର୍ଜିତ)
ଝାଳବୁହା ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ ।
୩୪. ଝିମିଟି ଖେଳରୁ ମହାଭାରତ – ( ସାମାନ୍ୟ ଘଟଣାରୁ ବିରାଟକାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ)
ପିଲାକଳିରୁ ଏ ଭୟଙ୍କର ପରିସ୍ଥିତି, ଝିମିଟି ଖେଳରୁ ମହାଭାରତ ସୃଷ୍ଟି ବ୍ୟତୀତ ଆଉ କିଛି ନୁହେଁ |
୩୫. ଡେଙ୍ଗା ମୁଣ୍ଡରେ ଠେଙ୍ଗା – ( ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧକ ଥାଏ)
ଏ ଅଞ୍ଚଳରେ ଯାହା ଘଟିବ ସମସ୍ତେ ତୋତେ ଦାୟୀ କରିବେ, କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା |
୩୬. ଢୋଲ ଭିତରେ ମୂଷା – ( ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା)
ତୁ କ’ଣ ଗୋପନ ରଖୁଛୁ, ତୋ ପୁଅ ପରା ଢୋଲ ଭିତରେ ମୂଷା |
୩୭. ତେଲିଆ ମୁଣ୍ଡରେ ତେଲ – ( ଥିଲାବାଲାକୁ ଅଧିକ ସାହଯ୍ୟ)
ଏ ସମାଜରେ ସବୁବେଳେ ତେଲିଆ ମୁଣ୍ତରେ ତେଲ, କିନ୍ତୁ ଗରିବର ଅବସ୍ଥା ତଳକୁ ତଳକୁ ଯାଉଛି |
୩୭. ଦେହଲଗା – ( ଅତି ବିଶ୍ବାସୀ)
ଦୟାନିଧି ଦୀନବନ୍ଧୁ ବାବୁଙ୍କର ଦେହଲଗା ବନ୍ଧୁ ।
୩୮. ନଇ ନ ଦେଖୁଣୁ ଲଙ୍ଗଳା – (ବିପଦ ନ ଆସୁଣୁ ଛାନିଆ ହେବା)
ନଇ ନ ଦେଖୁଣୁ ଲଙ୍ଗଳା ହେଲେ ବିପଦକୁ ସାମନା କରିବା ଦୁଃସାଧ୍ୟ ହେବ ।
୩୯. ନଛୋଡ଼ବନ୍ଧା – ( ଏକଜିଦିଆ)
ତାଙ୍କର ନଛୋଡ଼ବନ୍ଧା ମନୋଭାବ ଯୋଗୁଁ ପରିବାରଟା ଉଜୁଡ଼ିଗଲା |
୪୦. ନାଟର ଗୋବର୍ଷନ – ( ଅନର୍ଥର ମୂଳ)
ଗାଁ ସରପଞ୍ଚ ଟାଉଟର ହରି ମିଶ୍ରେ ସବୁନାଟର ଗୋବର୍ଦ୍ଧନ |
୪୧. ଫାଙ୍କା ଆୱାଜ – (ବୃଥା ଧମକ)
ତୁମର ଫାଙ୍କା ଆୱାଜରେ ଡରିଯିବା ଲୋକ ମୁଁ ନୁହେଁ|
୪୨. ଫଟା କପାଳ – ( ମନ୍ଦଭାଗ୍ଯ)
ମୋର ତ ଫଟା କପାଳ, ଗୋଟିଏ ହେଲେ ପିଲା ଯୋଗ୍ୟ ହେଲେନି |
୪୩. ବଣ ବିଛୁଆତି – ( ଅତିଦୁଷ୍ଟ / ମୂଳରୁ ଦୁଷ୍ଟ)
ସେ ପିଲାଟା ବଣବିଛୁଆତି, ତା” ସାଙ୍ଗରେ ମିଶିଲେ ଭଲପିଲା ବି ନଷ୍ଟ ହୋଇଯିବେ |
୪୪. ବାଆକୁ ବତା – (କ୍ଷୀଣ ଆଶ୍ରୟ)
ମହାବାତ୍ୟା ଅଞ୍ଚଳରେ ମୁଣ୍ଡ ଗୁଞ୍ଚଜିବାକୁ ଲୋକମାନେ ତିଆରି କରିଥିବା ଝାଟିମାଟିର ଘରଗୁଡ଼ିକ ବାଆକୁ ବତା ପରି ।
୪୫. ବାପରାଣ ଢିଙ୍କି ଗିଳ୍ – ( ବାଧ୍ୟ କରିବା)
ମୁଁ ତ ଏ କାମ କରିପାରିବିନି ବୋଲି ବାରମ୍ବାର କହିଲି, ମୋତେ ବାପରାଣ ଢିଙ୍କି ଗିଳ୍ କଥା କହୁଛ କାହିଁକି ?
୪୬. ବାହାଘର ବେଳେ ବାଇଗଣରୁଆ – ( ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତରେ କାର୍ଯ୍ୟ ଆରମ୍ଭ କରିବା)
ପରୀକ୍ଷା ବେଳେ ବହିକିଣା, ବାହାଘରବେଳେ ବାଇଗଣରୁଆ ସହିତ ସମାନ |
୪୭. ବାଘ ଘରେ ମିରିଗନାଟ – ( ମୁରବିଙ୍କ ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା)
ଘରେ ବାପା ନ ଥିବାରୁ ମୁନା ଘରକୁ ପକାଉଛି ଉଠାଉଛି, ଏ ତ ବାଘଘରେ ମିରିଗନାଟ ଚାଲିଛି |
୪୮. ବିରାଡ଼ି ବୈଷ୍ଣବ / ବକ ଧାର୍ମିକ – (୦କ)
ଧର୍ମ ପ୍ରଚାର ନାଆଁରେ ଅନେକ ବିରାଡ଼ିବୈଷ୍ଣବ ସାଧୁରୂପରେ ଆମ ସମାଜରେ ବୁଲୁଛନ୍ତି |
୪୯. ବୋଝ ଉପରେ ନଳିତା ବିଡ଼ା – (ଦୁଃଖ ଉପରେ ଦୁଃଖ)
ତାଙ୍କର ସ୍ଵାମୀ ଦୁର୍ଘଟଣାରେ ପ୍ରାଣ ହରାଇଲେ, ପରେ ପରେ ପୁଅଟି ଚାଲିଗଲା, ଏବେ ତାଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ଭଳି ।
୫୦. ରାଣ୍ଡୀପୁଅ ଅନନ୍ତା / ଲଙ୍ଗଳା କଟୁରୀ / ଚାରିଦଉଡ଼ିକଟା ( ଅନାୟତ୍ତ / ଶାସନର ବାହାରେ)
ତାର ଘରଦୁଆର, ଭାଇବନ୍ଧୁ, ମାୟାମମତା ବୋଲି କିଛି ନାହିଁ, ସେ ରାଣ୍ଡିପୁଅ ଅନନ୍ତା ପରି ବୁଲୁଛି |
୫୧. ହାତ ବାରିସି – ( ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ)
ଆଜିକାଲି କଲେଜଛାତ୍ରମାନେ ରାଜନେତାଙ୍କର ହାତବାରସି ସାଜିଛନ୍ତି ।
୫୨. ହୁଙ୍କାପିଟା – ( କିଛି ନ ବୁଝି ହଠାତ୍ କାମରେ ଲାଗିଯିବା)
ତାଙ୍କର ହୁଙ୍କାପିଟା ନୀତି ତାଙ୍କ ବିଫଳତାର କାରଣ |
Odia Grammar Rudhi PDF Download
Odia Grammar Rudhi PDF | Click Here |
Odia Grammar Lokabani | Click Here |
Odia Grammar Rudhi MCQ Test | Click Here |
Odia Grammar Rudhi, Odia Grammar Rudhi, Odia Grammar Rudhi, Odia Grammar Rudhi, Odia Grammar Rudhi, Odia Grammar Rudhi, Odia Grammar Rudhi