Odia Application to BDO : Get your application ready for a government office quickly and easily with our step-by-step guide. Our template will help you properly format and organize all the necessary information. Follow our instructions to increase the chances of a successful application.
Application to BDO For Road Repairing
ମାନନୀୟ,
ଶ୍ରୀଯୁକ୍ତ ବ୍ଲକ ଉନ୍ନୟନ ଅଧୂକାରୀ (B.D.O.), ବାଲିଆପାଳ , ବାଲେଶ୍ୱର
ମହୋଦୟ …………….. ସମୀପେଷୁ
(ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ)
ବିଷୟ: ରାସ୍ତା ମରାମତି ନିମନ୍ତେ ନିବେଦନ ।
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ, ଆମ୍ଭେ ଆପଣଙ୍କ ମଣ୍ତଳ ଅଧିନସ୍ଥ ବାଲିଆପାଳ ଗ୍ରାମର ଅଧୁବାସୀ ଅଟୁ । ଆମ ଗ୍ରାମରେ ପ୍ରାୟ ୩୦୦୦ ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଏ ଅଞ୍ଚଳର ରାସ୍ତା ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଆମ ଗ୍ରାମରୁ ମୁଖ୍ୟ ସଡ଼କକୁ ପଡିଥୁବା ରାସ୍ତାଟି ଏକ କଚ୍ଚାରାସ୍ତା । ସମସ୍ତ ଗ୍ରାମବାସୀ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ । ରାସ୍ତାଟି ଗମନାଗମନ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ ଅଟେ । ସଡ଼କଟିରେ ଥୁବା ଖାଲଖମା ବର୍ଷା ରତୁରେ ଜଳମଗ୍ନ ହୋଇ ପରିସ୍ତିତିକୁ ଆହୁରି ଜଟିଳ କରିଦିଏ । ଏଥୂପାଇଁ ଅନେକ ସମୟରେ ଏଠାରେ ଦୁର୍ଘଟଣା ମଧ୍ଯ ଘଟୁଛି । ସମ୍ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗ୍ରାମାଞ୍ଚଳର ଉନ୍ମତିକଳ୍ପେ ଗୁରୁତୂ ଆରୋପ କରାଯାଉଥୁଲେ ମଧ୍ଯ ଆମ ଗ୍ରାମ ରାସ୍ତ୍ରାପ୍ରତି ବିଭାଗୀୟ କତୃପକ୍ଷଙ୍କ ଦୃଷ୍ଟି ନପଡିବା ଅତ୍ୟନ୍ଦ ପରିତାପର ବିଷୟ ।
ଏଣୁ ଆମ୍ଭେ ଗ୍ରାମବାସୀ ବୃନ୍ଦ ବିନମ୍ରତାର ସହ ପ୍ରାର୍ଥନା କରୁକି, ଉକ୍ତ ରାସ୍ତରାଟିର ମରାମତି ନିମିତ୍ତ ଆବଶ୍ୟକ ଅର୍ଥ ମଞ୍ଜୁର କଲେ, ଆମ୍ଭେମାନେ ଆପଣଙ୍କ
ନିକଟରେ କୃତଜ୍ଞ ହୋଇ ରହିବୁ।
|| ଇତି ||
ବାଲିଆପାଳ ଆପଣଙ୍କର ବିଶ୍ଵସ୍ତ
ତା ବାଲିଆପାଳ ଗ୍ରାମର ଗ୍ରାମବାସୀ ବୃନ୍ଦ
For Download full format in MS Word file check download table below:

Odia Application to BDO for Sinking of Tube-well
ନିବେଦନର ଅଭିପ୍ରାୟ ଏହି କି ଯେ, ଆମ୍ଭେ ଆପଣଙ୍କ ମଣ୍ତଳ ଅଧିନସ୍ଥ ବାସୁଦେବପୁର ଗ୍ରାମର ଅଧିବାସୀ ଅଟୁ । ଆମ ଗ୍ରାମରେ ପ୍ରାୟ 3000 ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଉକ୍ତ ଗ୍ରାମର ଲୋକସଂଖ୍ୟା ଅନୁସାରେ ପାନୀୟ ଜଳ ପାଇଁ ଉପଯୁକ୍ତ ନଳକୂପର ଅଭାବ ରହିଛି । ପ୍ରାୟ ଗ୍ରାମର ଅଧିକାଂଶ ଲୋକ ଦୁଇଟି କୂଅ ଓ ଗୋଟିଏ ପୋଖରୀ ଉପରେ ନିର୍ଭରଶୀଳ । ପୋଖରୀରେ ସ୍ନାନ ଶୌଚ, ଲୁଗା, ବାସନ ସଫା ଓ ଗାଇଗୋରୁଙ୍କୁ ଗାଧୋଇବା ଫଳରେ ପୋଖରୀ ଜଳ ଦୂଷିତ ହୋଇପଡୁଛି । ଖରାଦିନେ 4/ 5 କି. ମି ଦୂରରୁ ପିଇବା ପାଣି ଆଣିବାକୁ ପଡୁଛି । କିଛି ଲୋକ ପୁଷ୍କରିଣୀର ଜଳକୁ ପାନୀୟ ରୂପେ ମଧ୍ୟ ବ୍ୟବହାର କରି ଅନେକ ସମୟରେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତବର୍ଷ ପୋଖରୀର ଦୂଷିତ ପାଣି ପିଇ 400 ରୁ 600 ଲୋକ ହଇଜାରେ ଆକ୍ରାନ୍ତ ହୋଇ ନିକଟସ୍ଥ ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ | କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଅଞ୍ଚଳରେ ପାଣିର ସମସ୍ୟା ହେତୁ ହସପିଟାଲର କିଛି ସେବିକା ଓ ଡ଼କ୍ଟର ନିଜ ନିଜ ଘରକୁ ପଳେଇଛନ୍ତି | ସେମାନେ ଆସିବାକୁ ମଧ୍ୟ ନାରାଜ ହେଉଛନ୍ତି | ଏହି ଅଞ୍ଚଳଟି ଜଳକ୍ଲିଷ୍ଟ ଅଞ୍ଚଳ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।
For Download full format in MS Word file check download table below:
Odia Application to BDO Download Link
Odia Application to BDO | Click Here |
Full Application in MS Word Format for Sinking of Tuble-well | Click Here |
Application for TC in odia language | Click Here |
Application for reopening bank account in odia | Click Here |
Sarojini Naidu in Odia 1200 Word Free PDF | Click Here |