Step into the world of the Odia alphabet, a treasure of Odisha’s culture. This language combines beautiful script with a rich vocabulary, and this guide will help you understand its beauty.
ଉପକ୍ରମ :
ଆମ ଚାରିପାଖରେ ଘଟୁଥିବା ଯେ କୌଣସି କମ୍ପନ ଆମ କାନକୁ ଶୁଣାଯାଏ ତାକୁ ଧ୍ୱନି କୁହାଯାଏ । କହି ଓ ଶୁଣି ହେଉଥିବା ଧ୍ୱନିକୁ ଭାଷିକ ଧ୍ୱନି କୁହାଯାଏ । ଯାହା ମଣିଷ ତୁଣ୍ଡରେ ଅର୍ଥପୂର୍ଣ୍ଣ ଭାବେ ଉଚ୍ଚାରିତ ହୁଏ ତାହାକୁ ମଧ୍ୟ ଧ୍ୱନି କୁହାଯାଏ। ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ କୁହାଯାଏ। ବର୍ଣ୍ଣର ଅନ୍ୟନାମ ଲିପି। ଧ୍ୱନିର ଲିପନ ରୂପକୁ ଲିପି କୁହାଯାଏ। ଭାଷାର ସର୍ବନିମ୍ନ ଏକକକୁ ଧ୍ୱନି କହନ୍ତି। ବର୍ଣ୍ଣ ଅର୍ଥ ରୂପ ବା ଚିହ୍ନ। ଧ୍ୱନିର ପ୍ରତିନିଧିତ୍ୱ କରୁଥିବା ଲିପିକୁ ବର୍ଣ୍ଣ କୁହାଯାଏ। ଧ୍ୱନି କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା : ସ୍ବରଧ୍ୱନି ଓ ବ୍ୟଞ୍ଜନ ଧ୍ୱନି।
ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନ ନେଇ ଆପେ ଆପେ ଉଚ୍ଚାରିତ ହୁଏ ତାକୁ ସ୍ଵରଧ୍ୱନି କୁହାଯାଏ। ଅନ୍ୟ ଅର୍ଥରେ କହିଲେ ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ଫୁସଫୁସରୁ ଆସୁଥିବା ବାୟୁ କୌଣସିଠାରେ ବାଧା ପ୍ରାପ୍ତ ନ ହୋଇ ପାଟି ବାଟେ ବାହାରକୁ ଚାଲିଯାଏ ତାକୁ ସ୍ୱର ଧ୍ୱନି କୁହାଯାଏ। ସ୍ଵରଧ୍ଵନି ସଂଖ୍ୟା ହେଉଛି 8 ଟି ଓ ଯେଉଁ ଧ୍ୱନି ସ୍ୱରଧ୍ଵନି ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ତାହାକୁ ବ୍ୟଞ୍ଜନ ଧ୍ୱନି କୁହାଯାଏ। ବ୍ୟଞ୍ଜନଧ୍ୱନି ସଂଖ୍ୟା 33 ଟି। ସ୍ୱର ଧ୍ୱନି ଦୁଇ ପ୍ରକାର ଯଥା : ଶୁଦ୍ଧ ଓ ମିଶ୍ରିତ ସ୍ୱର। ଯେଉଁ ସ୍ବରଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଓ ଓଠ ରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାକୁ ଶୁଦ୍ଧ ସ୍ୱର କୁହାଯାଏ । ଶୁଦ୍ଧସ୍ୱର ସଂଖ୍ୟା 9 ଟି ଯଥା : ଅ, ଆ, ଇ, ଈ, ଉ, ଊ, ଋ, ଏ, ଓ । ଯେଉଁ ସ୍ୱର ଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଓ ଓଠ ରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ ତାହାକୁ ସଂଯୁକ୍ତ ସ୍ୱର କୁହାଯାଏ । ତାହାକୁ ମିଶ୍ରିତ ସ୍ୱର କୁହାଯାଏ। ମିଶ୍ରିତ ସ୍ୱର ସଂଖ୍ୟା 2, ଯଥା : ଐ, ଔ
ବର୍ଣ୍ଣମାଳା : Alphabet in Odia
ଓଡ଼ିଆ ବର୍ଣ୍ଣମାଳା ସଂଖ୍ୟା 50। ସେ ଗୁଡିକ ହେଉଛି ଯଥା : ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ, କ, ଖ, ଗ, ଘ,ଙ, ଚ, ଛ, ଜ ଝ, ଞ, ଟ, ଠ, ଡ଼, ଢ, ଣ, ତ ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ,ୱ, ଶ, ଷ, ସ, ହ, କ୍ଷ, ୟ, ଲ, ଂ, ଃ, ଁ
ବର୍ଣ୍ଣସମୂହକୁ ବର୍ଣ୍ଣମାଳା କୁହାଯାଏ ।
ଅ | ଆ | ଇ | ଈ | ଉ | ଊ | ଋ | ଏ | ଐ | ଓ | ଔ |
---|
କ | ଖ | ଗ | ଘ | ଙ | ଚ | ଛ | ଜ | ଝ | ଞ | ଟ |
ଠ | ଡ଼ | ଢ | ଣ | ତ | ଥ | ଦ | ଧ | ନ | ପ | ଫ |
ବ | ଭ | ମ | ଯ | ର | ଳ | ୱ | ଶ | ଷ | ସ | ହ |
କ୍ଷ | ୟ | ଲ | ଂ | ଃ | ଁ |
ବାଗଯନ୍ତ୍ରରୁ ଅନୁନାସିକ ଦେଇ ନିଃସୃତ ହେଉଥିବା ଧ୍ୱନିସମୂହକୁ ବର୍ଣ୍ଣ କୁହାଯାଏ । ମହର୍ଷି ପାଣିନିଙ୍କ ମତରେ ବର୍ଣ୍ଣସଂଖ୍ୟା ବାୟାଳିଶି କିନ୍ତୁ ସାଧାରଣତଃ ଅଣଚାଶଟି ବର୍ଣ୍ଣ ଦେଖାଯାଏ । ଏହି ବର୍ଣ୍ଣମାଳାକୁ ଦୁଇ ଭାଗରେ ବିଭକ୍ତ, ଯଥା – ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ
ସ୍ୱରବର୍ଣ୍ଣ:
ଯେଉଁ ବର୍ଣ୍ଣ ନିଜେ ନିଜେ ଉଚ୍ଚାରିତ ହୋଇପାରେ ତାହାକୁ ସ୍ବରବର୍ଣ୍ଣ କୁହାଯାଏ। ସ୍ୱରବର୍ଣ୍ଣ ସଂଖ୍ୟା 11 ଟି। ସେହି ସ୍ୱରବର୍ଣ୍ଣ ତିନି ପ୍ରକାର ଯଥା : ହ୍ରସ୍ୱ, ଦୀର୍ଘ ଓ ପ୍ଲୁତ। 11 ଟି ସ୍ବରବର୍ଣ୍ଣ ମଧ୍ୟରୁ 6 ଟି ହ୍ରସ୍ୱସ୍ୱର ଯଥା : ଅ, ଇ, ଉ, ଋ, ଏ, ଓ । ତିନିଟି ଦୀର୍ଘ ସ୍ୱର ଯଥା : ଆ, ଈ , ଊ ଏବଂ 2 ଟି ସଂଯୁକ୍ତ ସ୍ୱର ଯଥା : ଐ, ଔ। ପ୍ଲୁତ r ବ୍ୟବହାର ସାଧାରଣତଃ ପରିଲକ୍ଷିତ ହୁଏ ନାହିଁ, କିନ୍ତୁ ସମ୍ବୋଧନରେ ଏହା ଲକ୍ଷିତ ହୁଏ ।
ବ୍ୟଞ୍ଜନ ବର୍ଣ୍ଣ :
ଯେଉଁ ବର୍ଣ୍ଣ ସ୍ୱରବର୍ଣ୍ଣ ବିନା ସହାୟତାରେ ଉଚ୍ଚାରିତ ହୋଇପାରେ ତାହାକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ଉଚ୍ଚାରଣ ଦୃଷ୍ଟିରୁ ‘କ ‘ ଠାରୁ ‘ମ୍ ‘ ପର୍ଯ୍ୟନ୍ତ ପଚିଶ ଟି ବର୍ଣ୍ଣ ଅଛି ବ୍ୟଞ୍ଜନ ବର୍ଣ୍ଣକୁ 5 ଭାଗରେ ବିଭକ୍ତ କରାଯାଇଛି । ତାହାକୁ ବର୍ଗ୍ୟବର୍ଣ୍ଣ କୁହାଯାଏ। ଯେଉଁ ବ୍ୟଞ୍ଜନ ବର୍ଣ୍ଣ ଗୁଡିକ ଉଚ୍ଚାରଣ କଲାବେଳେ କଣ୍ଠ, ତାଳୁ, ମୁର୍ଦ୍ଧ, ଦନ୍ତ କିମ୍ବା ଓଠ କୁ ସ୍ପର୍ଶ କରିଥାଏ ସେଗୁଡିକୁ ବର୍ଗ୍ୟ ବ୍ୟଞ୍ଜନ କହନ୍ତି। ଉଚ୍ଚାରଣ ଅନୁସାରେ ବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣଗୁଡିକ 5 ପ୍ରକାର ଯଥା : କ, ଚ, ଟ, ତ, ପ।
ବର୍ଗ୍ୟ ବ୍ୟଞ୍ଜନର ବିଭାଗୀକରଣ :
କ : କ, ଖ, ଗ, ଘ, ଙ
ଚ : ଚ, ଛ, ଜ, ଝ, ଞ ;
ଟ : ଟ, ଠ, ଡ଼, ଢ, ଣ;
ତ : ତ, ଥ, ଦ, ଧ, ନ ;
ପ : ପ, ଫ, ବ, ଭ, ମ ;
ଅବର୍ଗ୍ୟ ବ୍ୟଞ୍ଜନ :
ଅବର୍ଗ୍ୟ ବ୍ୟଞ୍ଜନ କୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା :
(i) ଅନ୍ତଃସ୍ଥ ବର୍ଣ୍ଣ : ୟ, ଯ, ର,ଳ, ଲ, ୱ
(ii) ଉଷ୍ଣ ବର୍ଣ୍ଣ : ଶ, ଷ, ସ, ହ, କ୍ଷ
(iii) ଅଯୋଗ ବାହ : କଂ, କଃ, କଁ
ଙ, ଞ, ନ, ମ : 5 ଟି ଅନୁନାସିକ ବର୍ଣ୍ଣ କାରଣ ଏହା ଉଚ୍ଚାରଣ ବେଳେ ଶ୍ଵାସନଳୀ ବାହାରୁଥିବା ବାୟୁ ଆଂଶିକ ଭାବରେ ନାସିକା ମଧ୍ୟ ଦେଇ ବାହାରିଥାଏ ।
ବର୍ଣ୍ଣଗୁଡିକର ଉଚ୍ଚାରଣ ସ୍ଥାନ :
ଜିହ୍ୱାର ସଞ୍ଚଳନ ଓ ବାଗଯନ୍ତ୍ର ମାନଙ୍କର ସହାୟତାରେ ବର୍ଣ୍ଣଗୁଡିକର ଉଚ୍ଚାରଣ ହୋଇଥାଏ। ତେଣୁ ବର୍ଣ୍ଣମାନଙ୍କର ଉଚ୍ଚାରଣ ସ୍ଥାନ ଭିନ୍ନ ହୋଇଥାଏ ।
(1) ଅ, ଆ; କ, ଖ, ଗ, ଘ, ଙ ( କ ବର୍ଗ ); ହ , ହଃ (ବିସର୍ଗ ) – ଏମାନେ କଣ୍ଠରୁ ଉଚ୍ଚାରିତ ହେଉଥିବାରୁ ଏମାନଙ୍କୁ କଣ୍ଠ୍ୟବର୍ଣ୍ଣ କୁହାଯାଏ ।
(2). ଇ, ଈ; ଚ, ଛ, ଜ, ଝ, ଞ (ଚ- ବର୍ଗ )ଯ, ୟ, ଶ – ଏମାନେ ତାଳୁରୁ ଉଚ୍ଚାରିତ ତେଣୁ ଏମାନଙ୍କୁ ତାଲବ୍ୟବର୍ଣ୍ଣ କୁହାଯାଏ
(3) ଋ, ଟ, ଠ, ଡ଼, ଢ (ଟ- ବର୍ଗ ) ; ଷ – ଏମାନେ ମୂର୍ଦ୍ଧରୁ ଉଚ୍ଚାରିତ। ତେଣୁ ଏଗୁଡିକୁ ମୂର୍ଦ୍ଧଣ୍ୟବର୍ଣ୍ଣ କହନ୍ତି ।
(4) ତ, ଥ, ଦ,ଧ, ନ ( ତ – ବର୍ଗ ) ; ସ – ଦନ୍ତରୁ ଉଚ୍ଚାରିତ ହେଉଥିବାରୁ ଏଗୁଡିକୁ ଓଷ୍ଠ୍ୟବର୍ଣ୍ଣ କହନ୍ତି।
(5) ଉ, ଊ, ପ, ଫ, ବ, ଭ, ମ ( ପ ବର୍ଗ ) – ଓଷ୍ଠ ଉଚ୍ଚାରିତ ହେଉଥିବାରୁ ଏଗୁଡିକୁ ଓଷ୍ଠ୍ୟବର୍ଣ୍ଣ କହନ୍ତି।
(6) ଏ, ଐ,- କଣ୍ଠ ଓ ତାଳୁ, ଉଭୟ ସ୍ଥାନରୁ ଉଚ୍ଚାରିତ ହେଉଥିବାରୁ ଏହାକୁ କଣ୍ଠ୍ୟତାଲବ୍ୟ ବର୍ଣ୍ଣ କୁହାଯାଏ। ଏହି ବର୍ଣ୍ଣ ଦୁଇଟି ସନ୍ଧ୍ୟକ୍ଷର।
(7) ଓ, ଔ, – ଏହି ଦୁଇଟି ବର୍ଣ୍ଣର ଉଚ୍ଚାରଣସ୍ଥାନ କଣ୍ଠ ଏବଂ ଓଷ୍ଠ।
(8) ୱ ( ଅନ୍ତଃସ୍ଥ ‘ବ’ ) ର ଉଚ୍ଚାରଣ ଦନ୍ତ ଓ ଓଷ୍ଠ।
(9) ଂ (ଅନୁସ୍ଵାର) ର ଉଚ୍ଚାରଣ ସ୍ଥାନ ମୁଖ ସହିତ ନାସିକା, ତେଣୁ ତାହାକୁ ଅନୁନାସିକ କହନ୍ତି। ଁ ( ଚନ୍ଦ୍ରବିନ୍ଦୁ ) ମଧ୍ୟ ଅନୁନାସିକ
Odia Alphabet with Associated Words and English Meaning
ଓଡିଆ ଅକ୍ଷରମାଳା ସହ ଶବ୍ଦ ଓ ଇଂରାଜୀ ଅନୁବାଦ | ଓଡିଆ ଅକ୍ଷରମାଳାର ସମ୍ପୂର୍ଣ୍ଣ ତାଲିକା ସହ ଶବ୍ଦ ଓ ତାହାର ଇଂରାଜୀ ଅନୁବାଦ ଦେଖନ୍ତୁ।
Odia Letter | Odia Word | English Meaning |
---|---|---|
ଅ | ଅନ୍ନ | Food |
ଆ | ଆକାଶ | Sky |
ଇ | ଇନ୍ଦ୍ରଧନୁ | Rainbow |
ଈ | ଈଶ୍ୱର | God |
ଉ | ଉଷା | Dawn |
ଊ | ଊଣା | Less |
ଋ | ଋଣ | Lend |
ଏ | ଏକ | One |
ଐ | ଐରାବତ | Elephant |
ଓ | ଓଟ | Camel |
ଔ | ଔଷଧ | Medicine |
କ | କଖାରୁ | Pumpkin |
ଖ | ଖଟ | Bed |
ଗ | ଗଛ | Tree |
ଘ | ଘର | House |
ଚ | ଚକ | Wheel |
ଛ | ଛତା | Umbrella |
ଜ | ଜଳ | Water |
ଝ | ଝରକା | Window |
ଟ | ଟମାଟୋ | Tomato |
ଠ | ଠିକଣା | Address |
ଡ | ଡର | Fear |
ଢ | ଢମଣା | Rat snake |
ଣ | ବଣ | Jungle |
ତ | ତାରା | Star |
ଥ | ଥଳି | Bag |
ଦ | ଦଉଡି | Rope |
ଧ | ଧାନ | Crop |
ନ | ନଖ | Nail |
ପ | ପାହାଡ଼ | Hill |
ଫ | ଫଳ | Fruit |
ବ | ବଗ | Flamingo |
ଭ | ଭାତ | Rice |
ମ | ମାଙ୍କଡ଼ | Monkey |
ଯ | ଯଅ | Barley |
ର | ରଥ | Rath |
ଳ | ନଳ | Pipe |
ଓ୍ଵ | ଟାୱାର | Tower |
ଶ | ଶାଗୁଣା | Vulture |
ଷ | ଷଣ୍ଢ | Bull |
ସ | ସହର | City |
ହ | ହରିଣ | Deer |
କ୍ଷ | କ୍ଷୀର | Milk |
ଯ | ଗୟଲ | Bison / Wild Buffalo |
ଲ | ଲାଲ | Red |
It has been crucial in keeping the literary traditions of the region alive. It is the main way to express Odia language and literature.
The Odia alphabet is a beautiful script with 50 letters, including vowels, consonants, and diacritical marks. This script is not just for communication; it also shows the Odia-speaking people’s deep cultural and linguistic identity.
As we explore the Odia alphabet, we’ll learn about its origins and evolution and how it helps preserve Odisha’s literary heritage. Join us as we celebrate this unique and remarkable script’s legacy.
Key Takeaways
- The Odia alphabet is a unique writing system that dates back to the 3rd century BCE.
- It comprises 50 letters, including vowels, consonants, and diacritical marks.
- The Odia alphabet is fundamental to Odisha’s rich cultural and linguistic identity.
- The script has been pivotal in preserving the region’s literary traditions.
- Exploring the origins and evolution of the Odia alphabet provides insights into the cultural heritage of Odisha.
FAQ
What is the Odia alphabet?
The Odia alphabet, also known as the Odia script, is used to write the Odia language, which is the official language of the Indian state of Odisha.
How many letters are there in the Odia alphabet?
The Odia alphabet has 50 letters. This includes vowels and consonants.
What is the origin of the Odia alphabet?
The Odia alphabet comes from the ancient Brahmi script. It has changed over the centuries. This shows Odisha’s rich culture and language.
What is the significance of the Odia alphabet?
The Odia alphabet is key to Odisha’s culture. It helps keep the state’s literary traditions alive, including poetry, literature, and religious texts.
Where can I find resources to learn the Odia alphabet?
You can find many resources to learn the Odia alphabet. These include online tutorials, language learning apps, and educational materials. They can help you start learning the Odia language.
Check out our blog posts related to Odia grammar questions and answers
Odia Grammar Questions and Answers
Odia Grammar Rudhi | କ୍ରିୟାହୀନ ରୂଢ଼ି | Free PDF
Top 50 Odia Grammar Question and Answer | PDF Download
Odia Grammar Book Class 9 PDF | Free Download
Odia Grammar Lokabani | Free PDF Download
Odia Grammar For All Competitive Exam MCQ Free
Free Odisha Grammar Quiz Test
Free Odia Grammar GK Test
Odia Grammar Quiz Test